ଆପେଣ୍ଡିସାଇଟିସ

From Wikipedia, the free encyclopedia

ଆପେଣ୍ଡିସାଇଟିସ
Remove ads

ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ଆପେଣ୍ଡିକ୍ସର ପ୍ରଦାହକୁ ବୁଝାଏ ।[] ଏହି ରୋଗକୁ ଏପିଟାଇଫ୍ଲାଇଟିସ (epityphlitis)[] ମଧ୍ୟ କୁହାଯାଏ । ଏହି ରୋଗ ହେଲେ ଉଦରର ବାମ ପାର୍ଶର ତଳ ଭାଗରେ ଯନ୍ତ୍ରଣା (abdominal pain), ଅଇ (nausea), ବାନ୍ତି (vomiting) ଓ ଅରୁଚି (decreased appetite) ଭଳି ଲକ୍ଷଣ ଦେଖାଯାଏ ।[] ସୁଖର କଥା ପ୍ରାୟ ୪୦% ରୋଗୀଙ୍କର ଏହି ଭଳି ଲକ୍ଷଣ ଦେଖାଯାଏ ନାହିଁ ।[] ଏହି ରୋଗ ଏକ ଜରୁରୀକାଳୀନ ବା ଆପାତସ୍ଥିତି ରୋଗ । ଏହି ରୋଗ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ପେଟ ଭିତରେ ଯନ୍ତ୍ରଣାଦାୟକ ପେରିଟୋନାଇଟିସ (inflammation of the inner lining of the abdominal wall) ଓ ସେପ୍ସିସ ବା ପଚନ ହେବା ସମ୍ଭାବନା ଥାଏ [୧୦] । ଏହା ଯୋଗୁ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି । ଏହି ରୋଗ ବିଷୟ ରେଜିନାଲ୍ଡ ଫିଜଙ୍କଦ୍ୱାରା ସର୍ବପ୍ରଥମେ ୧୮୮୬ ମସିହାରେ ଲେଖା ଯାଇଥିଲା [୧୧] । ଯେତେ ଶୀଘ୍ର ସମ୍ଭବ ଆପେଣ୍ଡିକ୍ସକୁ ଅପରେସନ ବା ଲାପରୋସ୍କୋପିଦ୍ୱାରା କାଟି ବାହାର କରି ଦିଆଯାଏ । ମନୁଷ୍ୟ ଶରୀରରେ ଏହି ଅଙ୍ଗଟି ଏକ ଅନାବଶ୍ୟକ ଅଙ୍ଗ, ଅନୁବଂଶିକ ଭାବେ ଶରୀରରେ ଥାଏ । ଏଣୁ ଏହାକୁ କାଟି ଦେଲେ କିଛି ଅସୁବିଧା ହୁଏ ନାହିଁ । ଅଧୁନା ସାରା ପୃଥିବୀରେ ତୀବ୍ର ପେଟ ବେଦନାର (Acute abdomen) ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଏହି ରୋଗକୁ ଅଗ୍ରାଧିକାର ଦିଆଯାଉଛି ।

Quick Facts ଆପେଣ୍ଡିସାଇଟିସ, ବିଭାଗ ...
ଆପେଣ୍ଡିସାଇଟିସ ଭିଡିଓ

ଆପେଣ୍ଡିକ୍ସ ଅଙ୍ଗର ଅଭ୍ୟନ୍ତର (hollow portion) ଅବରୋଧ ହେଲେ ଆପେଣ୍ଡିସାଇଟିସ ରୋଗ ହୁଏ ।[୧୨] ଅଧିକାଂଶ ସମୟରେ ଏହା ଫେକାଲୋମା (calcified "stone" made of feces) ବା ପ୍ରସ୍ତରିକୃତ ମଳ ଯୋଗୁ ଏହା ସଂଘଟିତ ହୋଇଥାଏ ।[] ଭୁତାଣୁ ସଂକ୍ରମଣ ଯୋଗୁ ଲସିକା ତନ୍ତୁର (lymphoid tissue) ପ୍ରଦାହ, ପରଜୀବୀ, ପିତ୍ତାସ୍ମରୀ ବା ପିତ୍ତକୋଷରେ ପଥର, ଅର୍ବୁଦ (tumors) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ଅବରୋଧ ହୋଇପାରେ ।[] ଅବରୋଧ ଯୋଗୁ ଆପେଣ୍ଡିକ୍ସ ମଧ୍ୟରେ ଚାପ ବୃଦ୍ଧି ହୋଇ ରକ୍ତ ସରବରାହ କମିଯାଏ ଓ ଏହା ମଧ୍ୟରେ ଜୀବାଣୁ ସଂଖ୍ୟା ବୃଦ୍ଧି ହୋଇ ପ୍ରଦାହ ସୃଷ୍ଟି ହୁଏ ।[][୧୩] ପ୍ରଦାହ, ଆପେଣ୍ଡିକ୍ସକୁ କମ ରକ୍ତ ପ୍ରବାହ ଓ ଆପେଣ୍ଡିକ୍ସ ଫୁଲା ଯୋଗୁ ଏହାର ତନ୍ତୁ ସମଷ୍ଟି ନଷ୍ଟ ହୋଇ ମରିଯାଏ ।[୧୪] ଏହା ଅଣଚିକିତ୍ସିତ ରହିଲେ ଆପେଣ୍ଡିକ୍ସ ଫାଟିଯାଇ ଉଦର ମଧ୍ୟକୁ ଜୀବାଣୁ ପ୍ରବେଶ ପଥ ସୁଗମ ହୋଇଯାଏ, ଫଳରେ ଅଧିକ ଜଟିଳତା ଦେଖାଯାଏ ।[୧୪][୧୫]

ରୋଗର ଚିହ୍ନ ଓ ଲକ୍ଷଣ ଉପରେ ମୂଖ୍ୟତଃ ରୋଗ ନିର୍ଣ୍ଣୟ କରାଯାଏ ।[୧୩] ଅସ୍ପଷ୍ଟ କେଶରେ ଗଭୀର ଅନୁଶୀଳନ, ମେଡିକାଲ ଇମେଜିଙ୍ଗ (medical imaging) ଓ ଲାବୋରେଟରି ପରୀକ୍ଷା ଆବଶ୍ୟକ ହୁଏ ।[] ସାଧାରଣତଃ ଅଲଟ୍ରାସାଉଣ୍ଡ (ultrasound) ଓ ସିଟି ସ୍କାନ (computed tomography ବା CT scan)କରାଯାଏ ।[] ସିଟି ସ୍କାନ ପରୀକ୍ଷା ଅଲଟ୍ରାସାଉଣ୍ଡ ଅପେକ୍ଷା ଅଧିକ ନିର୍ଭର ଯୋଗ୍ୟ ହେଉଥିବାର ଜଣାଯାଏ ।[୧୬] ରାଡିଏସନ ସଙ୍କଟରୁ ଦୂରରେ ରହିବା ନିମନ୍ତେ ପିଲା ଓ ଗର୍ଭିଣୀ ମହିଳାଙ୍କର ଅଲଟ୍ରାସାଉଣ୍ଡ କରାଯାଏ ।[]

ଆପେଣ୍ଡିସାଇଟିସ ରୋଗର ମାନ‌କ ଚିକିତ୍ସା ହେଉଛି ଆପେଣ୍ଡିସେକ୍ଟୋମି (surgical removal of the appendix) ଅପରେଶନ ଯେଉଁଥିରେ ଆପେଣ୍ଡିକ୍ସକୁ କାଟି ବାହାର କରିଦିଆଯାଏ ।[][୧୩] ଏହା ଉଦର କାଟି କରାଯାଏ ବା ଛୋଟ କଣା କରି (laparotomy) ଲାପାରୋସ୍କୋପି (laparoscopy) ସାହାଯ୍ୟରେ କରାଯାଏ । ଅପରେଶନ କରିବା ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟ ଓ ମୃତ୍ୟୁ ଭୟ ଦୂର ହୋଇଯାଏ ।[୧୭] ଆପେଣ୍ଡିକ୍ସ ଫାଟି ନଥିଲେ ଆଣ୍ଟିବାୟୋଟିକ (Antibiotic) ମଧ୍ୟ ପ୍ରଭାବଶାଳୀ ହୁଏ ।[] ସାଂଘାତିକ ଉଦର ଯନ୍ତ୍ରଣାର (pain) ଏହି ରୋଗ ଏକ ମୂଖ୍ୟ କାରଣ ଯାହା ବ‌ହୁତ ଶୀଘ୍ର ଆକ୍ରମଣ (comes on quickly) କରେ । ସନ ୨୦୧୫ରେ ୧୧.୬ ନିୟୁତ ଲୋକ ରୋଗାକ୍ରାନ୍ତ ହୋଇ ୫୦.୧୦୦ ରୋଗୀ ମୃତ୍ୟୁ ବରଣ କରିଥିଲେ । [][] ଯୁକ୍ତରାଷ୍ଟ୍ର ଆମେରିକାରେ ହଠାତ ଉଦର ଯନ୍ତ୍ରଣା ଆରମ୍ଭ ହେଉଥିବା ରୋଗମାନଙ୍କ ମଧ୍ୟରେ ଆପେଣ୍ଡିସାଇଟିସ ଏକ ସାଧାରଣ କାରଣ ରୂପେ ବିବେଚିତ ହୁଏ ।[] ପ୍ରତି ବର୍ଷ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୩୦୦.୦୦୦ ଲୋକଙ୍କର ଅପରେସନ କରି ଆପେଣ୍ଡିକ୍ସ କଢ଼ାହୋଇଯାଏ ।[୧୮] ସନ ୧୮୮୬ରେ ରେଜିନାଲ୍ଡ ହେବର ଫିଜ (Reginald Fitz) ପ୍ରଥମେ ଏହି ରୋଗ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ ।[୧୯]

Video explanation
Remove ads

ଚିହ୍ନ ଓ ଲକ୍ଷଣ

ନାହି ଅଞ୍ଚଳରେ ତୀବ୍ର ବେଦନା, ବାନ୍ତି, ଭୋକ ଅଭାବ ଓ ଜର ଏହି ରୋଗର ମୁଖ୍ୟ ଲକ୍ଷଣ । ଅଳ୍ପ କିଛି ଘଣ୍ଟା ମଧ୍ୟରେ ପେଟର ଡାହାଣ ପାଖର ତଳ ଅଂଶରେ କଷ୍ଟ ହୁଏ ଓ ଦରଜ ଲାଗେ । ଡାହାଣ ଇଲିଆକ ଫୋସା ସ୍ଥାନରେ ସାମାନ୍ୟ ଚାପ ପ୍ରୟୋଗ କଲେ କଷ୍ଟ ହୁଏ । ତଳି ପେଟରେ ଅଧିକ ଚାପ ପ୍ରୟୋଗ କରି ହଠାତ ଛାଡି ଦେଲେ ବହୁତ କଷ୍ଟ ଅନୁଭୂତ ହୁଏ । ତେବେ ଆପେଣ୍ଡିକ୍ସ ତାହାର ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ଅନ୍ୟ ସ୍ଥାନରେ ରହିଲେ ଦରଜ ଅନୁଭୂତ ହୁଏ ନାହିଁ । ଅତ୍ୟଧିକ ବେଦନା ହେଲେ ଆପେଣ୍ଡିକ୍ସ ଥିବା ସ୍ଥାନରେ ପେଟର ମାଂସପେଶୀ ଶକ୍ତ ହୋଇଯାଏ, ଏହାକୁ ଆବଡୋମିନାଲ ଗାର୍ଡ କୁହାଯାଏ । ଆପେଣ୍ଡିକ୍ସଟି ପେଲଭିସ ବା ଶ୍ରୋଣୀ ଭିତରେ ଥିଲେ ପେଟର କୌଣସି ସ୍ଥାନରେ ଦରଜ ଲାଗେ ନାହିଁ ।

Remove ads

କାରଣ

ଆପେଣ୍ଡିକ୍ସ ଏକ ସରୁ ନଳୀ ଭଳି ଦେଖିବାକୁ ଯାହାର ଗୋଟିଏ ପାଖ ଅନ୍ତନାଳୀରେ ଲାଗିଥାଏ ଓ ଅନ୍ୟ ପାଖଟି ବନ୍ଦ ଥାଏ । ପରୀକ୍ଷାଦ୍ୱାରା ଜଣା ପଡ଼ିଛି ଏହି ନଳୀଟିର ମୁହଁ ବନ୍ଦ ହୋଇଗଲେ ଆପେଣ୍ଡିସାଇଟିସ ହୁଏ[୨୦][୨୧] । ତାହା ଭିତରେ ମ୍ୟୁକଶ ଜମା ହୋଇ ଆପେଣ୍ଡିକ୍ସ ଫୁଲିଯାଏ । ଏହି ଫୁଲିବାଦ୍ୱାରା ରକ୍ତ ସଂଚାଳନ କମିଯାଏ, ତନ୍ତୁ ମରିବାକୁ ଲାଗେ, ଜୀବାଣୁ ସଂକ୍ରମଣ ହୁଏ । ଅଧିକ ବିଳମ୍ବ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ତା ଭିତର ପଦାର୍ଥ ପେଟ ଭିତର ପେରିଟୋନିଆଲ ଖୋଳ ଭିତରେ ଖେଳିଯାଇ ଯାହାଦ୍ୱାରା ସେପ୍ଟିସେମିଆ ହୁଏ ଓ ମୃତ୍ୟୁ ହୁଏ ।
ଏହାର ମୁହଁ ବନ୍ଦ ହେବାର ବିଭିନ୍ନ କାରଣ ମଧ୍ୟରେ ଅନ୍ତନାଳୀ ଭିତରେ ଥିବା ପୋକ ବା ୱର୍ମ, ଆଘାତ, ଟାଣ ହୋଇଥିବା ମଳ ଓ ଲସିକା ଗ୍ରନ୍ଥି ପ୍ରଦାହ ମୂଖ୍ୟ କାରଣ[୨୨]

Remove ads

ରୋଗ ନିର୍ଣ୍ଣୟ

ଏହି ରୋଗ ଚିହ୍ନିବା ବିଶେଷ କଷ୍ଟକର ହୁଏନି । ରୋଗୀ ଇତିହାସ, ଲକ୍ଷଣ ଓ ଶରୀରର ଚିହ୍ନ ପରୀକ୍ଷାଦ୍ୱାରା ଜଣା ପଡ଼ିଯାଏ । ରକ୍ତ ପରୀକ୍ଷା କଲେ ନିଉଟ୍ରୋଫିଲ ସଂଖ୍ୟା ବଢିଥିବା ଦେଖାଯାଏ । ସନ୍ଦେହ ହେଲେ ଅଲ୍ଟ୍ରାସାଉଣ୍ଡ, ଏକ୍ସ-ରେ ଓ ସି.ଟି. ସ୍କାନ କରାଯାଏ[୨୩]

ଚିକିତ୍ସା

ପରୀକ୍ଷାଦ୍ୱାରା ରୋଗ ସାମାନ୍ୟ ଜଣା ପଡ଼ିଲେ ଆଣ୍ଟିବାୟୋଟିକ, ସାଲାଇନ, ଗ୍ଳୁକୋଜଦ୍ୱାରା ଚିକିତ୍ସା ଆରମ୍ଭ କରାଯାଏ ଓ ଏହା ବିପଦ ଶୂନ୍ୟ[] । ଯନ୍ତ୍ରଣା ଉପଶମ ନିମନ୍ତେ ଦରକାର ମୁତାବକ ଔଷଧ ଦିଆଯାଏ । ଏହି ଚିକିତ୍ସାରେ ଭଲ ହୋଇଯିବା ପରେ ଆଉଥରେ ରୋଗ ଲେଉଟିଲେ ଅପରେଶନ ଦରକାର ହୁଏ । ଅବସ୍ଥା ଗମ୍ଭୀର ଥିଲେ ଆପେଣ୍ଡିକ୍ସ କାଟି ବାହାର କରି ଦିଆଯାଏ । ଲାପାରୋଟୋମୀ ବା ଲାପାରୋସ୍କୋପି ଅପରେସନଦ୍ୱାରା ବାହାର କରାଯାଏ ।

ରୋଗ ଅନୁଶୀଳନ

ଏହି ରୋଗ ୫ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଆକ୍ରମଣ କରେ[୨୪] । ପୁରୁଷ ରୋଗୀ ସଂଖ୍ୟା ଅଧିକ । ଗରିବ ଓ ଗ୍ରାମରେ ବାସ କରୁଥିବା ଲୋକମାନେ ଅଧିକ ପୀଡ଼ିତ ହୁଅନ୍ତି ଯାହାର କାରଣ ଅଜଣା[୨୫]

ପୂର୍ବାନୁମାନ

ଠିକ ସମୟରେ ଅପରେସନ କାଲେ ଏହି ରୋଗ ଆରୋଗ୍ୟ ହୋଇଯାଏ । ରୋଗ ଚିହ୍ନଟ ସମୟ, ବୟସ, ରୋଗୀ ଅବସ୍ଥା, ଜଟିଳତା ଉପରେ ରୋଗର ପରବର୍ତ୍ତୀ ଗତି ନିର୍ଭର କରେ ।

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads