ବୃକ୍‌କ ବିଫଳତା

ଏହି ରୋଗରେ ରକ୍ତ ଫିଲଟର କରି ଯଥେଷ୍ଟ ବିଶୋଧନ କରିବା ବୃକ୍‌କ ପକ୍ଷରେ ସମ୍ଭବ ହୁଏନି । From Wikipedia, the free encyclopedia

ବୃକ୍‌କ ବିଫଳତା
Remove ads

ବୃକ୍‌କ ବିଫଳତା (ଇଂରାଜୀ ଭାଷାରେ Kidney failure, ଅନ୍ୟ ନାମ end-stage kidney disease) ଏକ ବେମାରୀ ଯେଉଁଥିରେ ବୃକ୍‌କ ବା କିଡନି ତାର କାମ କରିବାକୁ ଅକ୍ଷମ ହୋଇଯାଏ ।[] ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଆକ୍ୟୁଟ କିଡନି ଫେଲ୍ୟୁର (acute kidney failure) ଯାହା ବ‌ହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ ହୋଇଯାଏ ଓ କ୍ରନିକ କିଡନି ଫେଲ୍ୟୁର (chronic kidney failure) ଯେଉଁଥିରେ ଦୀର୍ଘ ସମୟ ଧରି ରୋଗ ରହେ ।[] ପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ବାନ୍ତି (vomiting) ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[] ଆକ୍ୟୁଟ କେଶ୍ ଜଟିଳ ହେଲେ ଆକ୍ୟୁଟ: ଯୁରିମିଆ (Uremia), ଅଧିକ ରକ୍ତ ପୋଟାସିଅମ (high blood potassium), ଭଲ୍ୟୁମ ଓଭରଲୋଡ (volume overload) ଜାତ ହୁଏ[]କ୍ରନିକ କେଶ୍ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ ବା ଆନିମିଆ ଜାତ ହୁଏ । [][]

Quick Facts ବୃକ୍‌କ ବିଫଳତା/କିଡନି ଫେଲ୍ୟୁର (Kidney failure), ବିଭାଗ ...

ଆକ୍ୟୁଟ ରୋଗର କାରଣ ମଧ୍ୟରେ ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome) ରୋଗମାନଙ୍କ ନାମ ଉଲ୍ଲେଖନୀୟ ।[] କ୍ରନିକ କେଶ୍‌ରେ ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease) ନାମ ନିଆଯାଏ ।[] ଓଲିଗୁରିଆ (Decreased urine production) ଓ ଅଧିକ ସେରମ କ୍ରିଏଟିନିନ (serum creatinine) ଥିଲେ ଆକ୍ୟୁଟ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ । [] ଜିଏଫଆର (Glomerular filtration rate) (GFR) ୧୫ରୁ କମ୍ ଥିଲେ ଓ ରେନାଲ ରିପ୍ଲେସମେଣ୍ଟ ଥେରାପିର ଆବଶ୍ୟକତା ଥିଲେ କ୍ରନିକ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ ।[] ଏହା କ୍ରନିକ ବୃକ୍‌କ ରୋଗର ସ୍ଟେଜ ୫ ସ‌ହ ସମକକ୍ଷ ।[]

ଆକ୍ୟୁଟ ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[] କ୍ରନିକ ରୋଗର ଚିକିତ୍ସାରେ ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant) ଇତ୍ୟାଦି କରାଯାଏ ।[] ରକ୍ତକୁ ଫିଲଟର କରି ବିଶୁଦ୍ଧ କରିବା ନିମନ୍ତେ ଶରୀର ବାହାରେ ହେମୋଡାଏଲିସିସ ଯନ୍ତ୍ର ବ୍ୟବ‌ହାର କରାଯାଏ ।[] ପେରିଟୋନିଆଲ ଡାଏଲିସିସ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ଉଦର ଗ‌ହ୍ୱର (abdominal cavity) ମଧ୍ୟକୁ ପ୍ରବେଶ କରେଇ ଦେବା ପରେ ନିଷ୍କାସିତ କରିଦିଆଯାଏ ଓ ଏହି ପଦ୍ଧତିର ଦିନରେ ଅନେକ ଥର ପୁନରାବୃତ୍ତି କରିବାକୁ ପଡ଼େ ।[] ବୃକ୍‌କ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲେ ଅନ୍ୟ ଏକ ଦାତାଠାରୁ ଏକ ବୃକ୍‌କ ଆଣି ପ୍ରତିସ୍ଥାପନ କରାଯାଏ ଓ ରିଜେକସନ (rejection) ନହେବା ନିମନ୍ତେ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ଦିଆଯାଏ ।[] କ୍ରନିକ କେଶ୍‌ରେ ଖାଦ୍ୟ ପରିବର୍ତ୍ତନ ଓ ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ । []

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ପ୍ରତି ବର୍ଷ ୧,୦୦୦ ଲୋକରେ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[] ପ୍ରତି ୧,୦୦୦ରେ ଜଣକୁ କ୍ରନିକ ରୋଗ ଥିଲା ବେଳେ ପ୍ରତି ୧୯,୦୦୦ ଲୋକରେ ୩ ଜଣକୁ ସଦ୍ୟ ଆକ୍ରମଣ ହୁଏ ।[][] ଆକ୍ୟୁଟ ରୋଗ ଉପଶମ ହୋଇ ଭଲ ହୁଏ କିନ୍ତୁ କ୍ରନିକ ରୋଗ ଭଲ ହୁଏନି ।[] କ୍ରନିକ ରୋଗୀ ଉପ‌ଯୁକ୍ତ ଚିକିତ୍ସାରେ ରହିଲେ କାର୍ଯ୍ୟକ୍ଷମ ରହନ୍ତି । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads