ଲାବିରିନ୍ଥାଇଟିସ
ଏହା ଏକ ପ୍ରକାର ଭୂତାଣୁ ଜନିତ ଭିତର କାନର ପ୍ରଦାହ ଅଟେ ଯେଉଁଥିରେ ଶ୍ରବଣ ଅକ୍ଷମତା ହୁଏ । From Wikipedia, the free encyclopedia
Remove ads
ଲାବିରିନ୍ଥାଇଟିସ, ଯାହାକୁ ଭେଷ୍ଟିବୁଲାର ନ୍ୟୁରାଇଟିସ ମଧ୍ୟ କୁହାଯାଏ, ଏକ ପ୍ରକାର ଭୂତାଣୁ ଜନିତ ପ୍ରଦାହ ଅଟେ ଯେଉଁଥିରେ ଭିତର କାନର ଅକ୍ଷମତା ହୁଏ ।[୧] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବୁଲା, ବାନ୍ତି ଏବଂ କାନନାଦ ଅନୁଭବ ହୋଇପାରେ ।[୨] ନିଜ ଚାରି ପାଖରେ ବିଶ୍ୱ ଘୁରୁଥିବା ଅନୁଭବ ସାଧାରଣତଃ ସ୍ଥିର ଥାଏ କିନ୍ତୁ ଶ୍ରବଣହାନୀ ପରିବର୍ତ୍ତନଶୀଳ ହୁଏ ।[୩] [୧] ଏହି ରୋଗ ହଠାତ୍ ଆରମ୍ଭ ହୋଇଥାଏ ।[୨] ଲକ୍ଷଣଗୁଡ଼ିକର ଉନ୍ନତି କିଛି ଦିନ ପରେ ହୋଇପାରେ; ସଂପୂର୍ଣ୍ଣ ସମାଧାନ ପାଇଁ ସେମାନେ ଛଅ ସପ୍ତାହ କିମ୍ବା ଅଧିକ ସମୟ ଆବଶ୍ୟକ ହୋଇପାରେ ।[୨]
ଏହା ଶର୍ଦ୍ଦି ଭଳି ଭୂତାଣୁ ସଂକ୍ରମଣ ଯୋଗୁ ହୋଇପାରେ ।[୨] ଲାବିରିନ୍ଥାଇଟିସ ରୋଗରେ ଭିତର କାନର ଲାବିରିନ୍ଥରେ ଓ ଭେଷ୍ଟିବୁଲାର ନ୍ୟୁରାଇଟିସ ରୋଗରେ ଭିତର କାନରେ ଥିବା ଭେଷ୍ଟିବୁଲାର ସ୍ନାୟୁ ପ୍ରଭାବିତ ହୁଏ ଓ ଉଭୟ କ୍ଷେତ୍ରରେ ଲକ୍ଷଣ ସମାନ ରହେ ଏବଂ ଉକ୍ତ ଶବ୍ଦଗୁଡ଼ିକର ନାମ ସାଧାରଣତଃ ଅଦଳବଦଳ ଭାବରେ ବ୍ୟବହୃତ ହୁଏ ।[୨] [୧] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[୩] ଏହା ଏକ ପ୍ରକାର ପେରିଫେରାଲ୍ ଭେଷ୍ଟିବୁଲାର୍ ବେମାରୀ (ସନ୍ତୁଳନ ରୋଗ) ।[୪]
ଚିକିତ୍ସାରେ କିଛି ଦିନ ପାଇଁ ଡାଇମେନହାଇଡ୍ରିନେଟ ଭଳି ଆଣ୍ଟିହିଷ୍ଟାମାଇନ ବ୍ୟବହାର କରାଯାଇପାରେ ।[୨] [୩] ମିଥାଇଲପ୍ରେଡନିସୋଲୋନ ଭଳି ଷ୍ଟିରଏଡ ଦେଲେ ଅବସ୍ଥାରେ ଉନ୍ନତି ହୋଇପାରେ । [୩] ଯଦି ସନ୍ତୁଳନ ସମସ୍ୟା ଯଦି ଚାଲୁ ରହେ ତେବେଭେଷ୍ଟିବୁଲାର ପୁନର୍ବାସ ଉପଯୋଗୀ ହୋଇପାରେ ।[୨] ଭୂତାଣୁରୋଧୀ ଔଷଧ ଉପଯୋଗୀ ନୁହେଁ ।[୩] ଅଧିକାଂଶ ଲୋକ ସଂପୂର୍ଣ୍ଣ ସୁସ୍ଥ ହୁଅନ୍ତି, କିନ୍ତୁ କିଛି ବୟସ୍କ ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇବା ରହିପାରେ ଯାହାକି ମାସ ମାସ ଧରି ରହିଥାଏ ।[୧] ଏହି ରୋଗ ବାରମ୍ବାର ହୁଏନି । [୩]
ପ୍ରତି ବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩ରୁ ୪ଜଣ ପ୍ରଭାବିତ ହୁଅନ୍ତି ।[୩] ଏହା ଯେ କୌଣସି ବୟସରେ ହୋଇପାରେ; ଯଦିଓ ୩୦ରୁ ୬୦ବର୍ଷ ବୟସ୍କମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] [୩] ୧୯୦୯ ମସିହାରେ ଚିକିତ୍ସା ସାହିତ୍ୟରେ ଏହି ଅବସ୍ଥା ପ୍ରଥମେ ରୁଟ୍ଟିନ ବର୍ଣ୍ଣନା କରିଥିଲେ ।[୩]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads