ଗତି ରୋଗ
ଗତି ରୋଗ, (ଇଂରାଜୀ ଭାଷାରେ Motion sickness) ପ୍ରକୃତ ଏବଂ ଆକାଙ୍କ୍ଷିତ ଗତି ମଧ୍ୟରେ ପାର୍ଥକ୍ୟ ହେତୁ ହୁଏ | From Wikipedia, the free encyclopedia
Remove ads
ଗତି ରୋଗ, (ଇଂରାଜୀ ଭାଷାରେ motion sickness) ପ୍ରକୃତ ଏବଂ ଆକାଙ୍କ୍ଷିତ ଗତି ମଧ୍ୟରେ ପାର୍ଥକ୍ୟ ହେତୁ ହୁଏ | [୧] ସାଧାରଣତଃ ଅଇ, ବାନ୍ତି, ଥଣ୍ଡା ଝାଳ, ମୁଣ୍ଡବିନ୍ଧା, ନିଦ୍ରାଳୁ, ହାଇ, ଅରୁଚି ଏବଂ ଅଧିକ ଲାଳ ବୋହିବା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ | [୧] କ୍ୱଚିତ ଜଟିଳ ହେଲେ ନିର୍ଜଳନ, ଇଲେକ୍ଟ୍ରୋଲାଇଟ ସମସ୍ୟା କିମ୍ବା ଏକ ଗ୍ରାସନଳୀର ନିମ୍ନ ଭାଗ ଚିରିଯିବା ଦେଖାଯାଏ | [୧]
ଗତି ରୋଗର କାରଣ ହେଉଛି ବାସ୍ତବ ବା ଅନୁଭବ ହୋଇଥିବା ଗତି | [୧] ଏହା କାର ଭ୍ରମଣ, ବିମାନ ଯାତ୍ରା, ସମୁଦ୍ର ଭ୍ରମଣ, ବାସ୍ତବତା ଅନୁକରଣ କିମ୍ବା ମହାକାଶ ଯାତ୍ରା କଲେ ହୋଇପାରେ ।[୧] ଗର୍ଭାବସ୍ଥା, ଅଧକପାଳି ଏବଂ ମିନିଅର୍ସ ରୋଗ ଇତ୍ୟାଦି ଏହି ସଙ୍କଟ ସୃଷ୍ଟି କରିପାରେ । [୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ନିର୍ଭର କରେ। [୧]
ବ୍ୟବହାରିକ ପଦକ୍ଷେପ କିମ୍ବା ଔଷଧ ଦେଇ ଏହାର ଚିକିତ୍ସା କରାଯାଏ | [୨] ବ୍ୟବହାରିକ ପଦକ୍ଷେପରେ ମୁଣ୍ଡ ସ୍ଥିର ରଖିବା ଏବଂ ଦିଗବଳୟ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ ଉପଦେଶ ଦିଆଯାଏ | [୧] ତିନି ପ୍ରକାରର ଔଷଧ: ସ୍କୋପୋଲାମିନ ଭଳି ଆଣ୍ଟିମସ୍କାରିନ, ଡାଇମେନହାଇଡ୍ରିନେଟ ଭଳି ଏଚ୧ ଆଣ୍ଟିହିଷ୍ଟାମିନ ଓ ଡେକ୍ସଆମ୍ଫେଟାମିନ ଭଳି ଆମ୍ଫେଟାମିନ ଦିଆଯାଏ । [୨] ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏଗୁଡ଼ିକର ବ୍ୟବହାରକୁ ସୀମିତ କରାଯାଏ | [୨] ଅନଡାନସେଟ୍ରନ୍ ଭଳି ଅନେକ ଔଷଧ ଗତି ରୋଗ ପାଇଁ ପ୍ରଭାବଶାଳୀ ହୁଏନାହିଁ | [୨]
ଅଧିକ ଗତି ହେଲେ ପ୍ରାୟ ସମସ୍ତ ଲୋକ ପ୍ରଭାବିତ ହୁଅନ୍ତି | [୧] ସମ୍ବେଦନଶୀଳତା କିନ୍ତୁ ପରିବର୍ତ୍ତନଶୀଳ | [୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୧] ହିପୋକ୍ରେଟସ ଅମଳରୁ ଗତି ରୋଗ ବିଷୟରେ ବର୍ଣ୍ଣନା କରାଯାଇଛି | [୧] "ଅଇ"ର ଗ୍ରୀକ୍ ପ୍ରତିଶବ୍ଦ ନାଉସ୍ ଜାହାଜରୁ ଆସିଛି | [୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads