ଅକ୍ସିକୋଡୋନ

ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia

ଅକ୍ସିକୋଡୋନ
Remove ads

ଅକ୍ସିକୋଡୋନ (ଇଂରାଜୀ ଭାଷାରେ Oxycodone, ଏକ ବିକ୍ରୟ ନାମ ଅକ୍ସିକୋଣ୍ଟିନ/ OxyContin) ଏକ ଓପିଅଏଡ (opioid) ଔଷଧ ଯାହା ମଧ୍ୟମ ଓ ସାଂଘାତିକ ଧରଣ ଯନ୍ତ୍ରଣା (pain) ଲାଘବ ନିମନ୍ତେ ଦିଆଯାଏ ।[୧୦] ଏହି ଔଷଧ ପାଟିରେ (by mouth) ଦିଆଯାଏ ଓ ଏହା ତୁରନ୍ତ ବିମୋଚନ (immediate release) ଓ ନିୟନ୍ତ୍ରିତ ବିମୋଚନ (controlled release) ଫର୍ମୁଲାରେ ମିଳେ ।[୧୦] ତୁରନ୍ତ କାର୍ଯ୍ୟକ୍ଷମ ଔଷଧ ଦେବାର ୧୫ ମିନିଟ ମଧ୍ୟରେ କଷ୍ଟ ଲାଘବ ଆରମ୍ଭ ହୋଇ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କାମ କରେ ।[୧୦] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏହା ଇଞ୍ଜେକସନ (by injection) ଆକାରରେ ମିଳେ ।[୧୧] ଅନ୍ୟ ଔଷଧ ଯେପରିକି ପାରାସେଟାମୋଲ ବା ଆସ୍ପିରିନ ସାଥିରେ ମିଶ୍ରିତ ଔଷଧ (Combination product) ଆକାରରେ ମଧ୍ୟ ଏହା ମିଳେ ।[୧୦]

Quick facts Clinical data, Pronunciation ...

ଅକ୍ସିକୋଡୋନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଅଇ (nausea), ନିଦ୍ରାଳୁ ଭାବ, ମୁଣ୍ଡ ଓଜନିଆ (dizziness), ଗଲୁ (itching), ଶୁଷ୍କ ପାଟି (dry mouth) ଓ ସ୍ୱେଦ ନିର୍ଗତ (sweating) ଇତ୍ୟାଦି ହୋଇପାରେ ।[୧୦] ସାଂଘାତିକ ପ୍ରତିକ୍ରିୟା ହେଲେ ଔଷଧ ନିଶା (addiction), ନ୍ୟୁନ ଶ୍ୱାସକ୍ରିୟା (respiratory depression) ଓ ସ୍ୱଳ୍ପ ରକ୍ତଚାପ (low blood pressure) ଇତ୍ୟାଦି ହୋଇପାରେ । [୧୦] କୋଡିନ (codeine) ପ୍ରତି ଆଲର୍ଜି ଥିଲେ ଅକ୍ସିକୋଡୋନ ପ୍ରତି ମଧ୍ୟ ଆଲର୍ଜି ହୋଇପାରେ । [୧୦] ଗର୍ଭାବସ୍ଥାର ପ୍ରଥମ ଭାଗରେ ଏହା ଅପେକ୍ଷାକୃତ ବିପଦମୁକ୍ତ ।[୧୦] ଏହି ଔଷଧ ଦେବା ହଠାତ୍ ବନ୍ଦ କରିଦେଲେ ଓପିଅଏଡ ଉଇଥଡ୍ରାଅଲ (Opioid withdrawal) ହୋଇପାରେ ।[୧୦] μ-ଓପିଅଏଡ ରିସେପ୍ଟରକୁ (μ-opioid receptor) ଏହା ସକ୍ରିୟ କରିଦିଏ ।[୧୨] ସମ ପରିମାଣର ଅଫିମ (morphine) ଅପେକ୍ଷା ଏହା ୧.୫ଗୁଣା ପ୍ରଭାବ ପକାଇପାରେ ।[୧୩]

ଜର୍ମାନୀରେ ସନ ୧୯୧୬ରେ ପ୍ରଥମେ ଥିବେନରୁ (thebaine) ଅକ୍ସିକୋଡୋନ ପ୍ରସ୍ତୁତ କରାଯାଇଥିଲା । [୧୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧୦] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୩୦ ଆମେରିକୀୟ ଡଲାରରୁ କମ୍ ଥିଲା । [୧୫] ସନ ୨୦୧୬ରେ ଏହାର ୧୪ ନିୟୁତ ପ୍ରେସକ୍ରିପସନ ହୋଇ ୫୪ତମ ସର୍ବାଧିକ ପ୍ରେସକ୍ରିପସନର ମାନ୍ୟତା ପାଇଥିଲା ।[୧୬] ଏହା ଏକ ସାଧାରଣ ନିଶାଦ୍ରବ୍ୟ (drug of abuse) ଭାବରେ ବ୍ୟବ‌ହାର କରାଯାଏ ।[୧୭] ଏହା ସହିତ ନାଲୋକ୍ସୋନ ମିଶ୍ରିତ ନିଶା ନିବାରକ ଅକ୍ସିକୋଡୋନ/ନାଲୋକ୍ସୋନ (combination with naloxone) ଫର୍ମୁଲା ମିଳୁଛି ।[୧୭][୧୮]

Remove ads

ଆଧାର

ଅଧିକ ପଢ଼ନ୍ତୁ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads