ଗର୍ଭ ଅସୁସ୍ଥି
From Wikipedia, the free encyclopedia
Remove ads
ଗର୍ଭ ଅସୁସ୍ଥି, ଗର୍ଭାବସ୍ଥାର କତିପୟ ଲକ୍ଷଣମାନଙ୍କର ନାମ ଯେଉଁଥିରେ ଓକାଳ (nausea) ଓ ବାନ୍ତି (vomiting) ହୁଏ ।[୧] ଓକାଳ ଓ ବାନ୍ତି ଦିନର ଯେ କୌଣସି ସମୟରେ ହୋଇପାରେ । ଗର୍ଭର ୪ରୁ ୧୬ ସପ୍ତାହ ମଧ୍ୟରେ ଏହି ଲକ୍ଷଣଗୁଡ଼ିକ ଦେଖାଯାଏ । ଗର୍ଭର ୨୦ ସପ୍ତାହ ପରେ ମଧ୍ୟ ୧୦% ମହିଳାଙ୍କର ଏହି ଲକ୍ଷଣ ଲାଗିରହେ ।[୨] ଏହାର ଏକ ସାଂଘାତିକ ଅବସ୍ଥାକୁ ହାଇପରଏମେସିସ ଗ୍ରାଭିଡାରମ୍ (hyperemesis gravidarum) କୁହାଯାଏ ।[୩][୧]
ଗର୍ଭ ଅସୁସ୍ଥିର କାରଣ ଅଦ୍ୟାବଧି ଅଜ୍ଞାତ, କିନ୍ତୁ ପରିବର୍ତ୍ତିତ ହ୍ୟୁମ୍ୟାନ କୋରିଓନିକ ଗୋନାଡୋଟ୍ରଫିନ (human chorionic gonadotrophin) ହରମୋନ ସ୍ତର ସହିତ ଏହାର ସମ୍ପର୍କ ଥାଇପାରେ ।[୨] କେତେକ ଲୋକ ପ୍ରସ୍ତାବ ଦିଅନ୍ତି; କ୍ରମବିକାଶ ମତବାଦ ଅନୁସାରେ ଏହା ଆବଶ୍ୟକ ହୋଇପାରେ । [୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନ ତ୍ୟାଗ କଲାପରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪] ଗର୍ଭ ଅସୁସ୍ଥିରେ ଉଦର ଯନ୍ତ୍ରଣା (Abdominal pain), ଜ୍ୱର, ବା ମୁଣ୍ଡବଥା ହୁଏନାହିଁ ।[୧]
ଗର୍ଭାବସ୍ଥା ହେବା ପୂର୍ବରୁ ଉପଯୁକ୍ତ ଜୀବସାର ଓ ଲବଣ ଖାଇଲେ ଏହି ଗର୍ଭ ଅସୁସ୍ଥି ସଙ୍କଟ ଦୂର ହୋଇଯାଇପାରେ ।[୪] ସାମାନ୍ୟ ବେମାର ଥିଲେ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନ ଦେଇ ନରମ ଆହାର ଦେଲେ ଯଥେଷ୍ଟ ହୁଏ ।[୨][୪][୩] ଔଷଧ ଆବଶ୍ୟକ ହେଲେ ପ୍ରଥମରୁ ଡକ୍ସିଲାମିନ ଓ ପାଇରିଡକ୍ସିନ (doxylamine and pyridoxine) ମିଶ୍ରିତ ଦେବାକୁ ସୁପାରିସ କରାଯାଏ ।[୪][୫] ଅଦା ବ୍ୟବହାରର ଉପକାର ଥିବା ପ୍ରମାଣ ମିଳୁଛି ।[୪][୬] ସାଂଘାତିକ ଥିଲେ ଓ କୌଣସି ଉପଚାର କାର୍ଯ୍ୟକାରୀ ନ ହେଲେ ମିଥାଇଲ ପ୍ରେଡନିସୋଲୋନ ଦେଇ (methylprednisolone) ପରୀକ୍ଷା କରାଯାଇପାରେ । ଗର୍ଭିଣୀର ଓଜନ ହ୍ରାସ ହେଉଥିଲେ ନଳି ଖାଦ୍ୟ Tube feeding ଦିଆଯାଏ ।[୪]
କିଛି ପରିମାଣରେ ୮୦% ଗର୍ଭିଣୀ ମହିଳାମାନେ ଗର୍ଭ ଅସୁସ୍ଥି ଭୋଗ କରନ୍ତି ।[୫] ପ୍ରାୟ ୬୦% ମହିଳାଙ୍କର ବାନ୍ତି ହୁଏ ।[୨] ୧.୬% ଗର୍ଭିଣୀଙ୍କର ହାଇପରଏମେସିସ ଗ୍ରାଭିଡାରମ୍ ହୁଏ ।[୧] ଗର୍ଭ ଅସୁସ୍ଥି ହେଲେ ଜୀବନଚର୍ଯ୍ୟା ପ୍ରଭାବିତ ହୁଏ, କର୍ମଶୀଳତା କମିଯାଏ ଓ ସ୍ୱାସ୍ଥ୍ୟରକ୍ଷା ଖର୍ଚ୍ଚ ବଢ଼ିଯାଏ ।[୪] ସାଧାରଣତଃ ସାମାନ୍ୟ ଓ ମଧ୍ୟମ ଧରଣର କେଶ୍ରେ ଶିଶୁ ଉପରେ କିଛି ପ୍ରଭାବ ପଡ଼େନାହିଁ । ସାଂଘାତିକ କେଶ୍ରେ ମଧ୍ୟ ଫଳାଫଳ ସାଧାରଣ ହୋଇପାରେ । ଅତିଶୟ କଷ୍ଟଦାୟକ ଲକ୍ଷଣ ପ୍ରକାଶ ପାଇଲେ କେତେକ ମହିଳା ଗର୍ଭପାତ କରିବାକୁ ପସନ୍ଦ କରନ୍ତି । ଅଧିକ ଜଟିଳ କେଶ୍ରେ ୱେର୍ନିକ ଏନସେଫାଲୋପାଥି (Wernicke encephalopathy) ବା ଏସୋଫେଜିଆଲ ଭାରିସେସ (esophageal rupture) ହୋଇପାରେ କିନ୍ତୁ କ୍ୱଚିତ ଏହି ରୋଗମାନ ହୁଅନ୍ତି ।[୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads