ଗାଇନେକୋମାଷ୍ଟିଆ

ପିଲା ବୁଢ଼ା ନିର୍ବିଶେଷରେ ପୁରୁଷ ଶରୀରରେ ସ୍ତନ ବୃଦ୍ଧି ହେଲେ ଏହି ନାମ ଦିଆଯାଏ । From Wikipedia, the free encyclopedia

ଗାଇନେକୋମାଷ୍ଟିଆ
Remove ads

ଗାଇନେକୋମାଷ୍ଟିଆ ରୋଗରେ ପୁରୁଷମାନଙ୍କର ଗୋଟିଏ କିମ୍ବା ଉଭୟ ସ୍ତନର ଅଣ-କର୍କଟ ବୃଦ୍ଧି ହୋଇଥାଏ | [] [] କେତେକ ଏହି ଶବ୍ଦ ବ୍ୟବହାର କରନ୍ତି ଯେତେବେଳେ ଗ୍ରନ୍ଥି ଟିସୁ ବିସ୍ତାର ହୋଇଥାଏ ଏବଂ ଯେତେବେଳେ ସିଉଡୋଗାଇନାକୋମାଷ୍ଟିଆ ଶବ୍ଦ ବ୍ୟବ‌ହାର କରନ୍ତି ଯେତେବେଳେ ଚର୍ବି ତନ୍ତୁ ବୃଦ୍ଧି ଯୋଗୁ ହୋଇଥାଏ | [] [] ବେଳେବେଳେ କୋମଳତା ଉପସ୍ଥିତ ଥାଇପାରେ | [] ଏହି ଅବସ୍ଥା ମାନସିକ କଷ୍ଟ ଦେଇପାରେ । []

Quick Facts Gynecomastia, ଉଚ୍ଚାରଣ ...

ସାଧାରଣ ଭାବରେ ନବଜାତ ଶୁଶୁଙ୍କର ଗାଇନେକୋମାଷ୍ଟିଆ ଥାଇପାରେ ଯାହା ମାର ଏସ୍ଟ୍ରୋଜେନ ଯୋଗୁ ହୁଏ, ଯୗବନାବସ୍ଥା, ଏବଂ ବୃଦ୍ଧାବସ୍ଥାରେ ହୋଇପାରେ । [] ଏହି ମାମଲାଗୁଡ଼ିକରେ ସାଧାରଣତଃ ଅଧିକ ଅନୁସନ୍ଧାନର ଆବଶ୍ୟକତା ପଡ଼େନାହିଁ | [] ଏହା ମେଦବହୁଳତା, ଯକୃତ ରୋଗ, କିଡନୀ ବିଫଳତା, କେତେକ କର୍କଟ, ଥାଇରଏଡ ରୋଗ, କିଛି ଔଷଧ ଏବଂ ମନୋରଞ୍ଜନକାରୀ ଔଷଧ, କ୍ଲିନଫେଲ୍ଟର ସିଣ୍ଡ୍ରୋମ ଏବଂ ପୁଷ୍ଟିହୀନତା ସହିତ ଯୋଗୁ ହୋଇପାରେ[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଇଷ୍ଟ୍ରୋଜେନ୍ ବୃଦ୍ଧି କିମ୍ବା ଆଣ୍ଡ୍ରୋଜେନ୍ ସ୍ତର ହ୍ରାସ ଯୋଗୁ ଏହା ହେବା ଜଣାଯାଏ | []

ଯୌବନାବସ୍ଥାରେ ଘଟୁଥିବା ମାମଲା ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ସମାଧାନ ହୋଇଯାଏ ଏବଂ କେବଳ ଆଶ୍ୱାସନା ଆବଶ୍ୟକ କରେ | [] [] ଏହାର ମୂଳ କାରଣ ସମାଧାନ କଲେ ସାଧାରଣତଃ ଏହି ରୋଗର ସମାଧାନ ହୋଇଯାଏ | [] ଟାମୋକ୍ସିଫେନ୍ସ କିମ୍ବା କ୍ଲୋମିଫେନ୍ ଭଳି ଔଷଧ ଶୀଘ୍ର ବ୍ୟବହୃତ ହେଲେ ପ୍ରଭାବଶାଳୀ ହୋଇଥାଏ | [] ଦୀର୍ଘକାଳୀନ ରୋଗ ଥିଲେ ଲାଇପୋସକସନ କିମ୍ବା ସର୍ଜିକାଲ୍ ଏକ୍ସାଇଜନ୍ ଭଳି ଅସ୍ତ୍ରୋପଚାର ଆବଶ୍ୟକ ହୋଇଥାଏ | []

ଗାଇନେକୋମାଷ୍ଟିଆ ରୋଗ ପ୍ରାୟ ୩୫% ପୁରୁଷଙ୍କୁ ୫୦ରୁ ୬୯ ବର୍ଷ ବୟସ ମଧ୍ୟରେ ସାଧାରଣତଃ ହୁଏ ।[] ଏହା ନବଜାତମାନଙ୍କ କ୍ଷେତ୍ରରେ ୯୦% ପିଲାଙ୍କର ଥାଏ ଓ କିଶୋର ଅବସ୍ଥାରେ ୬୦% ପିଲାଙ୍କର ଉପସ୍ଥିତ ଥାଏ । [] ପୁରୁଷମାନଙ୍କର ସ୍ତନ ସମସ୍ୟା ପାଇଁ ଚିକିତ୍ସାର ଏହା ଏକ ସାଧାରଣ କାରଣ | [] ଦ୍ୱିତୀୟ ଶତାବ୍ଦୀରେ ଏହି ରୋଗର ବର୍ଣ୍ଣନା ଗ୍ୟାଲେନ କରିଥିବା ଜଣାଯାଏ । [୧୦]  

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads