ଟେଷ୍ଟିକୁଲାର ଟର୍ସନ
From Wikipedia, the free encyclopedia
Remove ads
ଟେଷ୍ଟିକୁଲାର ଟର୍ସନ (ଇଂରାଜୀ ଭାଷାରେ Testicular torsion) ସମ୍ଭବ ହୁଏ ଯେତେବେଳେ ଟେସ୍ଟିସ ବା ମୁଷ୍କକୁ ଝୁଲାଉଥିବା ସ୍ପର୍ମାଟିକ କର୍ଡ (spermatic cord) ମୋଡ଼ିହୋଇଯାଏ ଓ ଏହା ଫଳରେ ଟେସ୍ଟିସର ରକ୍ତ ସରବରାହ (blood supply) ବନ୍ଦ ହୋଇଯାଏ ।[୩] ପିଲାଙ୍କର ଏଭଳି ଅବସ୍ଥା ହେଲେ ସାଂଘାତିକ ଟେସ୍ଟିସ ଯନ୍ତ୍ରଣା (testicular pain) ହୁଏ ।[୧] ସାଧାରଣ ସ୍ଥାନ ଅପେକ୍ଷା ଅଣ୍ଡକୋଷ ଉଚ୍ଚ ସ୍ଥାନରେ ଅବସ୍ଥାନ କରିଥାଏ ଓ ବାନ୍ତି (vomiting) ହୁଏ ।[୧][୨] ନବଜାତ ଶିଶୁଙ୍କର (newborns) ଅଧିକାଂଶ ସମୟରେ ଯନ୍ତ୍ରଣା ହୁଏନାହିଁ ବା ନିଜସ୍ୱ ସ୍ଥାନରୁ ଟେସ୍ଟିସ ଅଦୃଶ୍ୟ ହୋଇଯାଏ ଓ ଅଣ୍ଡକୋଷ (scrotum) ବେରଙ୍ଗୀ ହୋଇଯାଏ ।[୧]

ଏ ଭଳି ରୋଗୀଙ୍କର ସାଧାରଣତଃ ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥାଏ ।[୧] ବେଳେ ବେଳେ ଅର୍ବୁଦ ଥାଇପାରେ ବା ଆଘାତ ଇତିହାସ ଥାଇପାରେ ।[୧][୩] ସଙ୍କଟ କାରକ ମଧ୍ୟରେ କନଜେନିଟାଲ ମାଲଫର୍ମେସନ (congenital malformation) ବା ବେଲ କ୍ଲାପର ଡିଫରମିଟି ଥିବା ଲୋକଙ୍କର ଟେସ୍ଟିସ ଭଲରୂପେ ସଂଯୁକ୍ତ ହୋଇନଥିବା କାରଣରୁ ଟେସ୍ଟିସ ମୁକ୍ତ ଭାବରେ ଚଳନ ହୋଇଯିବା ଫଳରେ ମୋଡ଼ିହେବା ସମ୍ଭାବନା ବଢ଼ିଯାଏ ।[୧] ଥଣ୍ଡା ପାଗ ମଧ୍ୟ ଏହି ସଙ୍କଟ ସୃଷ୍ଟି କରେ ।[୧] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ (diagnosis) ହୋଇପାରେ ।[୧][୨] ଅସ୍ପଷ୍ଟ କେଶ୍ରେ ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟ ନିଅଯାଇପାରେ । [୨]
ଟେସ୍ଟିସକୁ ହାତ ସାହାଯ୍ୟରେ ମୋଡ଼ି ସାଧାରଣ ଅବସ୍ଥାକୁ ଆଣିବାକୁ ଚେଷ୍ଟା କରାଯାଏ ଓ ତାହା ସମ୍ଭବ ନହେଲେ ଅପରେଶନ କରାଯାଏ ।[୧] ଯନ୍ତ୍ରଣା ନିବାରଣ ନିମନ୍ତେ ଓପିଅଏଡ (opioids) ଦିଆଯାଏ ।[୧] ବିତିଥିବା ସମୟ ଅନୁସାରେ ଚିକିତ୍ସାର ଫଳ ମିଳେ ।[୧] ଛଅ ଘଣ୍ଟା ମଧ୍ୟରେ ଭଲ ଫଳ ମିଳେ, ୧୨ ଘଣ୍ଟାରୁ ଅଧିକ ରହିଯାଇଥିଲେ ଟେସ୍ଟିସର ସୁରକ୍ଷା ମିଳିପାରେ ନାହିଁ ।[୧] ପ୍ରାୟ ୪୦% ରୋଗୀଙ୍କର ଅର୍କିଡେକ୍ଟୋମି (removal of the testicle) ଅପରେଶନ କରି ଟେସ୍ଟିସକୁ ବାହାର କରିଦିଆଯାଏ ।[୨]
ଏହି ରୋଗ ସାଧାରଣତଃ ଜନ୍ମ ପରେ ଓ ଯୌବନାରମ୍ଭ (puberty) ସମୟରେ ଦେଖାଯାଏ ।[୨] ପ୍ରାୟ ୪,୦୦୦ରେ ଜଣେରୁ ଆରମ୍ଭ କରି ୨୬,୦୦୦ରେ ଜଣକୁ ଏହି ରୋଗ ହୁଏ ।[୨][୩] ତୁରନ୍ତ ଟେସ୍ଟିସ ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ମଧ୍ୟରୁ ୧୦% ରୋଗୀ ଏହି ରୋଗରେ ପୀଡ଼ିତ ହୋଇଥାଆନ୍ତି ।[୨] କେଶ୍ ଜଟିଳ ହେଲେ ବନ୍ଧ୍ୟାତ୍ୱ (inability to have children) ପ୍ରାପ୍ତ ହୋଇପାରେ ।[୨] ଏହି ରୋଗ ବିଷୟରେ ସନ ୧୮୪୦ରେ ପ୍ରଥମେ ଲୁଇ ଡେଲାସିଏଭ ବର୍ଣ୍ଣନା କରିଥିଲେ ।[୪]
Remove ads
ଏହା ମଧ୍ୟ ଦେଖନ୍ତୁ
- Ovarian torsion – equivalent condition of the female reproductive system.
ଆଧାର
ବାହ୍ୟ ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads