ଗନରିଆ

ଯୌନ ସଞ୍ଚାରିତ ସଂକ୍ରମଣ From Wikipedia, the free encyclopedia

ଗନରିଆ
Remove ads

ଗନରିଆ (ଇଂରାଜୀ ଭାଷାରେ Gonorrhea ବା gonorrhoea) ଏକ ଯୌନ ସଞ୍ଚାରିତ ସଂକ୍ରମଣ (sexually transmitted infection) ଯାହା ନାଇସେରିଆ ଗନରି (Neisseria gonorrhoeae) ଜୀବାଣୁଦ୍ୱାରା ସୃଷ୍ଟି ହୁଏ । [] ଅନେକ ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଲକ୍ଷଣ: ପୁରୁଷ ରୋଗୀଙ୍କର ଡିସୟୁରିଆ (burning with urination) ବା ପରିସ୍ରା କରିବାବେଳେ କଷ୍ଟ, ଯୌନାଙ୍ଗରୁ (ଶିଶ୍ନ ବା ପେନିସ) କ୍ଷରଣ ବା ଅଣ୍ଡକୋଷରେ ଯନ୍ତ୍ରଣା ହୁଏ । ମହିଳାମାନଙ୍କର ଯୌନାଙ୍ଗ କ୍ଷରଣ, ଯୋନୀପଥରୁ ରକ୍ତସ୍ରାବ (ଋତୁସ୍ରାବ ବ୍ୟତୀତ), ପେଲଭିସରେ କଷ୍ଟ ଓ ପରିସ୍ରା କରିବାବେଳେ କଷ୍ଟ ହୁଏ । ଏହି ରୋଗ ଜଟିଳ ହେଲେ ମହିଳାଙ୍କର ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease) ହୁଏ ଓ ପୁରୁଷଙ୍କର ଏପିଡିଡାଇମିସ ପ୍ରଦାହ (inflammation of the epididymis) ହୁଏ ।[] ଚିକିତ୍ସା ନ ପାଇଲେ ରୋଗ ଅତି ଗମ୍ଭୀର ହୋଇ ସେପ୍ଟିକ ଆର୍ଥ୍ରାଇଟିସ (joints) ବା ଏଣ୍ଡୋକାର୍ଡ଼ାଇଟିସ (heart valves) ରୋଗ ହୁଏ । [][]

Quick facts ଗନରିଆ, ବିଭାଗ ...

ସଂକ୍ରମିତ ସାଥୀ ସ‌ହ ଯୌନ ସମ୍ପର୍କ ଯୋଗୁ ଗନରିଆ ରୋଗ ବ୍ୟାପିଥାଏ । ଯେ କୌଣସି ଯୌନ ସମ୍ପର୍କ ମାଧ୍ୟମରେ ଏହା ହୋଇପାରେ ଯେପରିକି ମୁଖ, ମଳଦ୍ୱାର ଓ ଯୋନୀପଥ । ସଂକ୍ରମିତ ମାତାଠାରୁ ଜନ୍ମ ସମୟରେ ଶିଶୁ ସଂକ୍ରମିତ ହୋଇପାରେ ଯାହାକୁ ଇଂରାଜୀରେ ଭର୍ଟିକାଲ ଟ୍ରାନ୍ସମିସନ (mother to a child during birth) କୁହାଯାଏ । ରୋଗ ନିର୍ଣ୍ଣୟ ନିମନ୍ତେ ପରିସ୍ରା, ପରୁଷଙ୍କର ମୁତ୍ରମାର୍ଗ (urethra), ମହିଳାଙ୍କର ଜରାୟୁଗ୍ରୀବା (cervix) ପରୀକ୍ଷା କରାଯାଏ ।[] ପ୍ରତ୍ୟେକ ବର୍ଷ ୨୫ ବର୍ଷ ବୟସରୁ କମ ଥିବା ଯୌନ ସକ୍ରିୟ ମହିଳା ଓ ନୂତନ ଯୌନ ସାଥୀମାନଙ୍କର ଗନରିଆ ନିମନ୍ତେ ପରୀକ୍ଷା କରିବାକୁ ସୁପାରିସ କରାଯାଏ । ଏହି ସୁପାରିସ ପୁରୁଷ-ପୁରୁଷ ଯୌନ ସାଥୀମାନଙ୍କ ନିମନ୍ତେ ମଧ୍ୟ ପ୍ର‌ଯୁଜ୍ୟ ।[]

ତିନି ଉପାୟରେ ଏହି ରୋଗ ପ୍ରତିଷେଧ ହୋଇ ପାରିବ, କଣ୍ଡୋମ (condom) ବ୍ୟବ‌ହାର କଲେ, ଅଣସଂକ୍ରମିତ ଏକ ଯୌନସାଥୀରେ ଯୌନ କ୍ରୀଡ଼ା କଲେ ବା ଆଦୌ ଯୌନ କ୍ରୀଡ଼ା ନ କଲେ ଏହା ସମ୍ଭବ ହେବ ।[][] ସେଫଟ୍ରାଇଆକ୍ସୋନ ଇଞ୍ଜେକସନ ଓ ପାଟିରେ ଆଜିଥ୍ରୋମାଇସିନ ଔଷଧ ଦେଇ ଏହି ରୋଗର ଚିକିତ୍ସା କରାଯାଏ । ପୂର୍ବରୁ ଦିଆଯାଉଥିବା ଅନେକ ଆଣ୍ଟିବାୟୋଟିକ ପ୍ରତିରୋଧିତ (Resistance) ହେଉଥିବାରୁ ଅଧୁନା ଅଧିକ ମାତ୍ରାର ଔଷଧ ଦେବା ଦରକାର ପଡ଼ୁଛି ଓ ସେଫଟ୍ରାଇଆକ୍ସୋନ ନିମନ୍ତେ ମଧ୍ୟ ତାହା ଆବଶ୍ୟକ ହୋଇପାରେ ।[][] ତିନି ମାସର ଚିକିତ୍ସା ପରେ ଆଉଥରେ ଜୀବାଣୁ ଉପସ୍ଥିତି ନିମନ୍ତେ ପରୀକ୍ଷା କରାଯାଏ ।[] ଶେଷ ୨ ମାସର ଯୌନ ସାଥୀମାନଙ୍କୁ ମଧ୍ୟ ଚିକିତ୍ସା କରିବା ଆବଶ୍ୟକ ହୁଏ ।[]

ଜନସଂଖ୍ୟାର ପ୍ରାୟ ୦.୮% ମହିଳା ଓ ୦.୬% ପୁରୁଷ ଗନରିଆ ଆକ୍ରାନ୍ତ ହୁଅନ୍ତି ।[] ପ୍ରତି ବର୍ଷ ସିଫିଲିସ (syphilis), କ୍ଲାମିଡିଆ (chlamydia) ଓ ଟ୍ରାଇକୋମୋନିଆସିସ (trichomoniasis) ଇତ୍ୟାଦି ରୋଗମାନଙ୍କ ଭଳି ୪୯୮ ନିୟୁତ ନୂଆ ଯୌନ ସଞ୍ଚାରିତ ରୋଗଦ୍ୱାରା ଆକ୍ରାନ୍ତ ଲୋକଙ୍କ ମଧ୍ୟରୁ ୩୩ରୁ ୧୦୬ ନିୟୁତ କେବଳ ଗନରିଆ ରୋଗାକ୍ରାନ୍ତ ଥାଆନ୍ତି ।[][] ଅଳ୍ପ ବୟସ୍କା ଯୁବତୀମାନଙ୍କୁ ସାଧାରଣତଃ ଏ ରୋଗ ହୁଏ ।[] ସନ ୧୯୯୦ରେ ଏହି ରୋଗ ଜନିତ ମୃତ୍ୟୁ ସଂଖ୍ୟା ୨,୩୦୦ ଥିବା ବେଳେ ସନ ୨୦୧୩ ଏହା ବଢ଼ିଯାଏ ୩,୨୦୦ ହୋଇଥିଲା ।[] ପୁରୁଣା ଟେଷ୍ଟାମେଣ୍ଟ (Old Testament) ଲେଖା ହୋଇଥିବା କାଳରୁ ଏହି ରୋଗ ବିଷୟରେ ବର୍ଣ୍ଣନା ଲିପିବଦ୍ଧ ଅଛି ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads