ଓପିଅଏଡ ବ୍ୟବ‌ହାର ବେମାରୀ

From Wikipedia, the free encyclopedia

ଓପିଅଏଡ ବ୍ୟବ‌ହାର ବେମାରୀ
Remove ads

ଓପିଅଏଡ ବ୍ୟବ‌ହାର ବେମାରୀ (ଇଂରାଜୀ ଭାଷାରେ Opioid use disorder) ଓପିଅଏଡ (opioid) ବ୍ୟବ‌ହାର କରିବାଦ୍ୱାରା ହୁଏ ଯାହା ଅନେକ ଅସୁବିଧା ଓ ସଙ୍କଟ ଆଣିଥାଏ ।[] ଓପିଅଏଡ ସେବନ କଲେ ଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସ‌ହନଶୀଳତା (tolerance), ଦାୟିତ୍ୱ ତୁଲେଇବାର ଅସାମର୍ଥ୍ୟ, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ କରିବା ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) ଆଦି ଲକ୍ଷଣ ଦେଖାଯାଏ ।[] ଓପିଅଏଡ ବନ୍ଦ କରିଦେଲେ ଅଇ, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ନିଦ୍ରା ସମସ୍ୟା ଓ କମ୍ ମନୋଭାବ (low mood) ରହେ ।[] ସବସ୍ଟାନ୍ସ ବ୍ୟବ‌ହାର ବେମାରୀରେ (substance use disorder) ନିଶାଗ୍ରସ୍ତ (Addiction) ଓ ନିର୍ଭରଶୀଳତା (dependence) ଆଦି ଲକ୍ଷଣ ଥାଏ ।[୧୨] ଜଟିଳ ଅବସ୍ଥା ହେଲେ ମାତ୍ରାଧିକ ଓପିଅଏଡ, ଆତ୍ମହତ୍ୟା, ଏଚଆଇଭି/ଏଡସ, ହେପାଟାଇଟିସ ସି, ବିବାହ ସମସ୍ୟା ଓ ବେକାରୀ ହୋଇପାରେ । [][]

Quick facts ଓପିଅଏଡ ବ୍ୟବ‌ହାର ବେମାରୀ (Opioid use disorder), ବିଭାଗ ...

ଓପିଅଏଡ ମଧ୍ୟରେ ହିରୋଇନ , ମର୍ଫିନ, ଫେଣ୍ଟାନିଲ , କୋଡିନ , ଅକ୍ସିକୋଡୋନ (oxycodone) ଓ ହାଇଡ୍ରୋକୋଡୋନ (hydrocodone) ଇତ୍ୟାଦି ପଦାର୍ଥମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ । [][] ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଅଏଡ ପ୍ରେସକ୍ରିପସନ ନେଇ ଅନେକ ଲୋକ ବ୍ୟବ‌ହାର ଆରମ୍ଭ କରନ୍ତି ।[୧୩][୧୪] କେତେକ ଲୋକ ପ୍ରେସକ୍ରିପସନ ନେଇ ଓ କେତେକ ବେନିୟମ ଭାବରେ କିଣନ୍ତି । [୧୩] ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର (DSM-5) ଅନୁସାରେ ଆମେରିକାଲ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ପ୍ରଦତ୍ତ ନିୟମାବଳି ଅନୁସରଣ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ଏଗାରଟି ମାନ‌ଦଣ୍ଡରୁ ଗୋଟିଏ ବର୍ଷରେ ଦୁଇଟିରୁ ଅଧିକ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[] ଡାକ୍ତରୀ ପ୍ରେସକ୍ରିପସନ ଅନୁସାରେ ଔଷଧ ସେବନ କଲେ ଉଇଥଡ୍ରଆଲ ଓ ସ‌ହନଶୀଳତା ଭଳି ସମସ୍ୟା ଉପୁଜେ ନାହିଁ । []

ଅଧିକାଂଶ ସମୟରେ ଓପିଅଏଡ ବ୍ୟବ‌ହାର ବେମାରୀର ଚିକିତ୍ସା ନିମନ୍ତେ ବୁପ୍ରେନର୍ଫିନମେଥାଡନ ଭଳି ଓପିଅଏଡ ରିପ୍ଲେସମେଣ୍ଟ ଥେରାପି (Opioid replacement therapy) ଦିଆଯାଏ ।[] ଏହି ଚିକିତ୍ସାରେ ମୃତ୍ୟୁ ସଙ୍କଟ ଟଳିଯାଏ ।[] ଅଧିକନ୍ତୁ ରୋଗୀ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଇଣ୍ଡିଭିଜୁଆଲ ବା ଗୃପ ଥେରାପି, ଟୁଏଲଭ୍‌-ସ୍ଟେପ ପ୍ରୋଗ୍ରାମ (twelve-step program) ଓ ସାହାଯ୍ୟକାରୀ ଥେରାପିରେ ଉପକୃତ ହୁଅନ୍ତି ।[] ରିଲାପ୍ସ ନ‌ହେବା ନିମନ୍ତେ ନାଲଟ୍ରେକ୍ସୋନ ଦିଆଯାଇପାରେ ।[] ମାତ୍ରାଧିକ ଓପିଅଏଡ ସେବନ ଚିକିତ୍ସା ନିମନ୍ତେ ନାଲୋକ୍ସୋନ (Naloxone) ଉପକାର କରେ । [୧୦]

ସନ ୨୦୧୩ରେ ଓପିଅଏଡ ବ୍ୟବ‌ହାର ବେମାରୀ ପ୍ରାୟ ୦.୪% ଲୋକଙ୍କୁ ହୋଇଥିଲା ।[] ସନ ୨୦୧୫ରେ ୧୫ ନିୟୁତ ଲୋକ ଏହି ରୋଗର ଶିକାର ହୋଇଥିଲେ ।[୧୫] ଯନ୍ତ୍ରଣା ନିବାରଣ ନିମନ୍ତେ ୪% ଲୋକ ଓପିଅଏଡ ବ୍ୟବ‌ହାର କରନ୍ତି ।[୧୬] ଅଳ୍ପ ବୟସର ଯୁବକମାନେ ଏହା ସେବନ କରିବା ଆରମ୍ଭ କରନ୍ତି ।[] ମହିଳାଙ୍କ ଅପେକ୍ଷ ପୁରୁଷମାନେ ଅଧିକ ସେବନ କରନ୍ତି ।[] ସନ ୨୦୧୫ରେ ଏହା ଯୋଗୁ ପୃଥିବୀରେ ୧୨୨,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ, [୧୧] ଯାହା ସନ ୧୯୯୦ର ୧୮,୦୦୦ ମୃତ୍ୟୁ ଅପେକ୍ଷା ବ‌ହୁତ ଅଧିକ ଥିଲା ।[୧୭] ମାତ୍ରାଧିକ ଓପିଅଏଡ ଯୋଗୁ ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୨,୦୦୦ରୁ ଅଧିକ ମୃତ୍ୟୁ ହୋଇଥିଲା ଓ ଏଥିରୁ କେବଳ ହିରୋଇନ ଯୋଗୁ ୧୫,୦୦୦ ମୃତ୍ୟୁ ହୋଇଥିଲା ।[୧୮]

Remove ads

See also

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads