ଭାସ୍କୁଲାଇଟିସ
ଭାସ୍କୁଲାଇଟିସ ବା ରକ୍ତନଳୀ ପ୍ରଦାହ (ଇଂରାଜୀ ଭାଷାରେ Vasculitis) ହେଉଛି କେତେକ ରୋଗ ଯେଉଁଥିରେ ରକ୍ତନଳୀରେ ପ୍ରଦାହ ହ From Wikipedia, the free encyclopedia
Remove ads
ଭାସ୍କୁଲାଇଟିସ ବା ରକ୍ତନଳୀ ପ୍ରଦାହ (ଇଂରାଜୀ ଭାଷାରେ vasculitis) ହେଉଛି କେତେକ ରୋଗ ଯେଉଁଥିରେ ରକ୍ତନଳୀରେ ପ୍ରଦାହ ହୁଏ । ଯାହା ରକ୍ତଭଣ୍ଡାରର ପ୍ରଦାହକୁ ଅନ୍ତର୍ଭୁକ୍ତ କରେ | [୩] [୭] ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ଓଜନ ହ୍ରାସ, ଥକାପଣ, ରକ୍ତସ୍ରାବ ଏବଂ ରକ୍ତନଳୀ ଦରଜ ହୋଇପାରେ।[୩] [୪] ପ୍ରଭାବିତ ନଳୀର ଅବସ୍ଥାନ ଏବଂ ପ୍ରକାର ଉପରେ ଲକ୍ଷଣମାନ ନିର୍ଭର କରନ୍ତି ଓ ପରବର୍ତ୍ତୀ ଲକ୍ଷଣଗୁଡ଼ିକ ଭିନ୍ନ ହୋଇପାରେ | [୩] ରୋଗ ଜଟିଳ ହେଲେ ଷ୍ଟ୍ରୋକ, ହୃଦ୍ଘାତ, ମହାଧମନୀ ବ୍ୟବଚ୍ଛେଦନ, ବୃକ୍କ ବିଫଳତା ଏବଂ କଫରେ ରକ୍ତ ପଡ଼ିପାରେ ।[୩]
ପ୍ରାୟ ୩୦ରୁ ଅଧିକ ପ୍ରକାରର ଭାସ୍କୁଲାଇଟିସ ଦେଖାଯାଏ ଯେଉଁଥିରେ ଧମନୀ, ଶିରା ବା କ୍ୟାପିଲାରିରେ ପ୍ରଦାହ ହୁଏ ।[୩] [୬] ବଡ଼ ରକ୍ତନଳୀରେ ଜାଏଣ୍ଟ ସେଲ ରକ୍ତନଳୀ (ଜିସିଏ) ପ୍ରଦାହ ବା ଜିସିଏ, ଟାକାୟାସୁ ରୋଗ ଓ ବେହସେଟ ରୋଗ ଇତ୍ୟାଦି ରୋଗ ହୁଏ, ମଧ୍ୟମ ଆକାରର ରକ୍ତନଳୀରେ ପଲିଆର୍ଟେରାଇଟିସ ନୋଡୋସା (ପିଏଏନ) ହୁଏ ଏବଂ କ୍ଷୁଦ୍ର ରକ୍ତନଳୀରେ ମାଇକ୍ରୋସ୍କୋପିକ ପଲିଆଞ୍ଜାଇଟିସ ଓ ଗ୍ରାନୁଲୋମାଟୋସିସ ଉଇଥ ପଲିଆଞ୍ଜାଇଟିସ ରୋଗ ହୁଏ | [୩] [୬] ସେଠାରେ ଏହି ଗୋଷ୍ଠୀଗୁଡ଼ିକ ମଧ୍ୟରେ ଓଭରଲାପ୍ ବା ଅତିବ୍ୟାପନ ହୋଇପାରେ | [୬]
ଏହାର କାରଣ ପ୍ରାୟ ଅଜଣା, ଯଦିଓ ସଂକ୍ରମଣ, ଔଷଧ କିମ୍ବା ଅନ୍ୟାନ୍ୟ ରୋଗଦ୍ୱାରା ଏହିଭଳି ରୋଗ ସୃଷ୍ଟି ହୋଇପାରେ।[୩] [୬] ରୋଗର ସଙ୍କଟ କାରକଗୁଡିକ ଉପରେ ବିପଦ ନିର୍ଭର କରେ | [୩] ଏହାର ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଅଟୋମ୍ୟୁମ୍ୟୁନ ରୋଗ ଯୋଗୁ ନିଉଟ୍ରୋଫିଲ ରକ୍ତନଳୀର ଭିତର ସ୍ତରରେ ପ୍ରବେଶ କରନ୍ତି ।[୮] [୪] ଇଏସଆର ବା ସିଆରପି ଭଳି ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[୩] [୬]
ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ, ଯଦିଓ ପ୍ରାରମ୍ଭରେ ସ୍ଟିରଏଡ ଦିଆଯାଏ ।[୩] ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣଙ୍କର ସିଷ୍ଟମିକ ଭାସ୍କୁଲାଇଟିସ ହୁଏ ।[୩] ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ, ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କୁ ୨୪ଟି ନୂତନ ରୋଗ ହୁଏ | [୩] କିଛି ବୟସରେ ଭିନ୍ନ ପ୍ରକାରର ରୋଗ ସାଧାରଣତଃ ଅଧିକ ହୁଏ ।[୪] ପୁରୁଷ ଏବଂ ମହିଳମାନେ ସମ ଭାବର ପ୍ରଭାବିତ ହୁଅନ୍ତି | [୨] ପ୍ରାୟ ୧୧ଶ ଶତାବ୍ଦୀରେ ପ୍ରଥମେ ଏହାର ଅବସ୍ଥା ବିସ୍ତୃତ ବର୍ଣ୍ଣନା କରାଯାଇ ଥିଲେ ମଧ୍ୟ ୧୮୬୬ ମସିହାର କୁସମଲ ଓ ମଇଏର ଦ୍ୱୟଙ୍କୁ ଏହାର ପ୍ରଥମ ଶ୍ରେୟ ଦିଆଯାଇ ଥାଏ [୯]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads